ରାଜ୍ୟ

ଓଡିଶା ଗୋଶାଳା ସେବା ସମିତିର କାର୍ଯ୍ୟକାରିଣୀ ବୈଠକ

ଜଗତସିଂହପୁର କୁଜଙ୍ଗ ବ୍ଲକ ଅନ୍ତର୍ଗତ ଶ୍ରୀଜଗନ୍ନାଥଙ୍କ ବଡ଼ମଠ କନ୍ଦମୂଳ ପଡିଆ ରାହାମା ଠାରେ ଓଡିଶା ଗୋଶାଳା ସେବା ସମିତି ର ପ୍ରଥମ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି।ରାଜ୍ୟ ଆବାହକ ଶ୍ରୀ ସଂଗ୍ରାମ କେଶରୀ ପଟ୍ଟନାୟକ ଙ୍କ ଆବାହକ ତ୍ୱରେ ପ୍ରଥମ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଗୋମାତା ସେବା ସମିତିର ରାଜ୍ୟ ସଭାପତି ତଥା ବିଶ୍ୱହିନ୍ଦୁ ପରିଷଦ ର ଧର୍ମାଚାର୍ଯ୍ୟ ସମ୍ପର୍କ ପ୍ରମୁଖ କଟକ ବିଭାଗର ଆଡ଼ଭୋକେଟ ଡ଼ଃ ସୁନାକର ବେହେରା ସଭାପତି ତ୍ବ କରିକହିଥିଲେ। ଗୋମାତାର ସୁରକ୍ଷା ଦିଗରେ ସାରା ରାଜ୍ୟରେ ଜନ ସଚେତନତା ସୃଷ୍ଟି କରିବାକୁ ପଡିବ।ପ୍ରତେକ ଦିନ ଦୁର୍ଘଟଣା ଜନିତ କାରଣେ ଗୋମାତା ସହିତ ତାର ପୁତ୍ର ନନ୍ଦୀ ମାନେ ଆହତହୋଇ ଚିକିତ୍ସା ଅଭାବରୁ ଅନେକ ମୃତ୍ୟୁ ବରଣ କରୁଛନ୍ତି।ତେଣୁକରି ପ୍ରତେକ ବ୍ଲକରେ ଏକ ଗୋଶାଳା ସହିତ ଗୋମାତାର ଚିକିତ୍ସା ପାଇଁ ସମସ୍ତ ସୁବିଧା ରହିବା ଆବଶ୍ୟକ। ଗୋମାତା ସୁରକ୍ଷା ପାଇଲେ ରାଷ୍ଟ୍ରର ସୁରକ୍ଷା ହୋଇପାରିବ ଏବଂ ହିନ୍ଦୁ ଧର୍ମ ରକ୍ଷାହେଲେ ହିନ୍ଦୁ ସଂସ୍କୃତି ବଞ୍ଚିପାରିବ। ଗୋମାତା ଏକ ପଶୁ ନୁହେଁ ସେ ସନାତନ ସଂସ୍କୃତିର ଆଦ୍ୟ ମାଆ ଅଟେ। ଗୋ ସେବା ହିଁ ପରମ ଧର୍ମ। ଗୋ ଜାତି ର ଦୁର୍ଗତି ରେ ଦେଶ ର ଦୁର୍ଗତି ଏହି ବୈଠକରେ ତିର୍ତୋଲ ପ୍ରଖଣ୍ଡ ଗୋଶାଳା ସମିତିର ଆବାହକ ରାକେଶ ପଟ୍ଟନାୟକ,କୁଜଙ୍ଗ ପ୍ରଖଣ୍ଡ ଗୋଶାଳା ସମିତିର ଆବାହକ ତଥା ବଜରଙ୍ଗ ଦଳ ସହସଂଯୋଜକ ପଦ୍ମଲୋଚନ ପଣ୍ଡା,ଓ ବଜରଙ୍ଗ ଦଳର କାର୍ଯ୍ୟକର୍ତ୍ତା ଗୋ ସେବା ସମିତିର ଗୋ ସେବକ ମାନଙ୍କ ମଧ୍ୟରେ କୁଜଙ୍ଗ ପ୍ରଖଣ୍ଡର ଗୋ ସୁରକ୍ଷା ପ୍ରମୁଖ ନୀତିଶ କୁମାର ବଜରଙ୍ଗୀ ,ସାଇଲୋ ଖଣ୍ଡର ସଂଯୋଜକ ବବୁଲ ପାତ୍ର, ପ୍ରସନ୍ନଜ ଇତ୍ୟାଦି ଗୋ ସେବକ ଭାଇମାନେ ଯୋଗଦେଇଥିଲେ।ଶେଷରେ ଆବାହକ ସଂଗ୍ରାମ ଉପସ୍ଥିତ ସମସ୍ତ ଗୋ ସେବକ ମାନଙ୍କୁ ଧନ୍ୟବାଦ ଦେଇ କହିଥିଲେ ଆଗାମୀ ଦିନରେ ରାଜ୍ୟ ବ୍ୟାପି ପ୍ରତ୍ୟକ ଜିଲ୍ଲାସ୍ତରରୁ ନେଇ ବ୍ଲକ ପଯ୍ୟନ୍ତ ଗୋମାତାର ସୁରକ୍ଷା ଦିଗରେ ଜନ ସଚେତନତା ସୃଷ୍ଟି କରାଯିବା ଉପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯିବl ସହ ଗୋ ସୁରକ୍ଷା ପ୍ରତି ଧ୍ୟାନ ଦିଆ ଜୀବ |

Leave a Reply

Your email address will not be published. Required fields are marked *