ରାଜ୍ୟ

କେରଳର ୱାଇନାର୍ଡ ଭୁସ୍କଳନରେ ଗୋପର ଓଡ଼ିଆ ଡାକ୍ତରଙ୍କ ମୃତୁ,ଜନ୍ମ ମାଟି ଝୁରୁଛି ବିଷ୍ଣୁପ୍ରସଦଙ୍କୁ।

-ଖୁସିରେ ଯାଇଥିଲେ ବୁଲିବାକୁ ହେଲେ କିଏ ଜାଣିଥିଲା ଏ ଖୁସି ତାଙ୍କ ପାଇଁ ଶେଷ ଖୁସି ହେବ ବୋଲି। ଜନ୍ମଦିନ ପାଳନ କରିବାକୁ କେରଳ ଯାଇଥିଲେ ଓଡ଼ିଆ ଡାକ୍ତର କିନ୍ତୁ ଏହା ତାଙ୍କ ପାଇଁ ଶେଷ ଜନ୍ମଦିନ ହୋଇ ରହିଗଲା।
କେରଳର ୱାଇନାର୍ଡରେ ଲଗାଣ ବର୍ଷା ପ୍ରଭାବରେ ହୋଇଥିବା ଭୁସ୍ଖଳନ ଯୋଗୁଁ ଏବେସୁଦ୍ଧା 276 ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଅନେକ ନିଖୋଜ ଅଛନ୍ତି । ମୃତକଙ୍କ ମଧ୍ୟରେ ୱାଇନାର୍ଡ ବୁଲିବାକୁ ଯାଇଥିବା ଦୁଇ ଓଡ଼ିଆ ଡାକ୍ତର ଦମ୍ପତି ଏକ ଘରୋଇ ହୋଟେଲ୍ ରେ ରାତ୍ରୀ ଯାପନ ସମୟରେ ହଠାତ ପାହାଡ଼ରୁ ଭୁ ସ୍ଖଳନ ଯୋଗୁଁ ଦୁଇ ଓଡ଼ିଆ ଡାକ୍ତର ବିଷ୍ଣୁପ୍ରସଦ ଚିନେରା ଓ ସ୍ବାଧୀନ ପଣ୍ଡା ନିଖୋଜ ହେବାପରେ ବିଷ୍ଣୁଙ୍କ ପତ୍ନୀ ପ୍ରିୟଦର୍ଶିନୀ ପଲ ଓ ସ୍ବାଧୀନଙ୍କ ପତ୍ନୀ ଦୁହେଁ ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇ ନିକଟସ୍ଥ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ନିଖୋଜ ଦୁଇ ଡାକ୍ତରଙ୍କ ମଧ୍ୟରୁ ଵିଷ୍ଣୁପ୍ରସାଦ ଚିନେରାଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଡାକ୍ତର ଚିନେରାଙ୍କ ନିଜ ଘର ପୁରୀ ଜିଲ୍ଲା ଗୋପ ବ୍ଲକ କୁଆଁପଡା ପଂଚାୟତ ପରାଳ ଗ୍ରାମରେ । ବିଷ୍ଣୁଙ୍କ ବାପା ପ୍ରମୋଦ ଚିନେରା ଦୀର୍ଘ ବର୍ଷ ହେଲା ଚୌଦ୍ୱାରରେ ରହୁଥିଲେ । ବାପ ମା ଙ୍କ ଏକ ମାତ୍ର ପୁଅ ଵିଷ୍ଣୁପ୍ରସାଦ ଭୁବେନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ହାଉସ ସର୍ଜନ ଭାବେ କାର୍ଯ୍ୟ କରିବା ସହ ମେଡ଼ିସିନ ରେ ପିଜି କରୁଥିଲେ । ଗତ 27 ତାରିଖରେ ତାଙ୍କ ଜନ୍ମ ଦିନ ଥିବାରୁ 26 ତାରିଖ ଦିନ ସେ ତାଙ୍କ ଡାକ୍ତର ବନ୍ଧୁଙ୍କ ସହ ଉଭୟେ ସପତ୍ନୀଙ୍କ ୱାଇନାର୍ଡ ବୁଲିବାକୁ ଯାଇଥିଲେ । ମୃତ ଖବର ପାଇ ତାଙ୍କ ଗାଁରେ ଥିବା ଜେଜେ ବାପା ଜେଜେ ମା , ବଡ ବାପା ବଡ଼ ବୋଉ ଓ ପରିବାରର ଅନ୍ୟ ସଦସ୍ୟ ମାନେ ଦୁଃଖରେ ଭାଙ୍ଗିପଡିଛନ୍ତି । ଗାଁ ଓ ତାଙ୍କ ଘରେ ଶୋକର ଛାୟା ଖେଳିଯାଇଛି । ତେବେ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ତାଙ୍କ ପତ୍ନୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ତାଙ୍କ ପରିବାର ସୂତ୍ରରୁ ଜଣା ପଡ଼ିଛି ।

Leave a Reply

Your email address will not be published. Required fields are marked *