ରାଜ୍ୟରାଜନୀତି

କୋଦଳା ଏନଏସି ରେ ବଢୁଛି ବିବାଦ,ଅଧକ୍ଷ ଙ୍କ ପୋଷ୍ୟପୋଷକତାରେ ଘୋଟାଲା ଚାଲିଥିବା ତଥ୍ୟ ସହ ଗଣମାଧ୍ୟମ କୁ ଜଣାଇଲେ କାଉସିଲର ଭଗବାନ ପାଢ଼ୀ

କୋଦଳା (ସନ୍ତୋଷ କୁମାର ସେଠୀ) : ଗଞ୍ଜାମ ଜିଲ୍ଲା କୋଦଳା ଏନଏସି ରେ ଅଧକ୍ଷ କାଉସିଲର ମୁହାଁମୁହିଁ l ବୁଧବାର ସାମ୍ବାଦିକ ସମ୍ମିଳନୀ କରି 11 ନଂ ୱାର୍ଡ କାଉସିଲର ଭଗବାନ ପାଢ଼ୀ ଙ୍କ ବିରୋଧ ରେ ଅଧକ୍ଷ ସୂର୍ଯ୍ୟନାରାୟଣ ନାୟକ ଅଭିଯୋଗ ଆଣିବା ପରେ ଆଜି କାଉସିଲର ଭଗବାନ ପାଢ଼ୀ ଗଣମାଧ୍ୟମ ଆଗରେ ଉପସ୍ଥାପନ କରିଛନ୍ତି ଏନଏସି ରେ ଚାଲିଥିବା ମହାଘୋଟଲା l ଏନଏସି ଅଧକ୍ଷ ସରକାରୀ ବାବୁ ମାନଙ୍କୁ ହାତର କରି ବ୍ୟାପକ ଘୋଟାଲା କରିଥିବା ବେଳେ ଏଥିରେ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଯନ୍ତ୍ରୀ ସାମିଲ ଥିବା ହୋଇଛି ସଙ୍ଗୀନ ଅଭିଯୋଗ l ଏନଏସି ରେ ବର୍ତ୍ତମାନ ଅନେକ କାର୍ଯ୍ୟ ବିନା ନିର୍ଦ୍ଧାରଣ ଓ ଵିଜ୍ଞାପନ ରେ ଜାରିରହିଛି l ପୋଖରୀ ରୁ ଦଳ ବାହାରକରିବା ହେଉ କି ବୃକ୍ଷ ରୋପଣ l କିମ୍ବା ବାବା ଦଣ୍ଡେସ୍ୱର ମନ୍ଦିର ରାସ୍ତାରେ ଫେବର ଟାଇଲ ପକାଇବା କାମ l ବିନା ନିର୍ଧାରଣ ଓ ଵିଜ୍ଞାପନ ରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ବିଭିନ୍ନ କାର୍ଯ୍ୟ କରାଯାଉଛି l ଯଦି କାଉସିଲର ଏହା କୁ ନେଇ ଆପତ୍ତି ଉଠାନ୍ତି ତେବେ କାର୍ଯ୍ୟନିର୍ବାହୀ ଅଧିକାରୀ କାଉସିଲର ଙ୍କ ନାମରେ ଥାନାରେ ଅଭିଯୋଗ କରି ଧମାକାଉ ଥିବା ଅଭିଯୋଗ ହୋଇଛି l ତେବେ ଜଣେ କାଉସିଲର ହିସାବରେ ସେ ତଥ୍ୟ ପ୍ରମାଣ ସହ ଦୁର୍ନୀତି ବିରୋଧ ରେ ସ୍ୱର ଉତ୍ତଳନ କଲେ ଅଧକ୍ଷ ମିଥ୍ୟା ଆରୋପ ଆଣିବା ସହ ହତ୍ୟା ଷଢଯନ୍ତ୍ର କରାଉଥିବା ଅଭିଯୋଗ କରିଛନ୍ତି କାଉସିଲର ଭଗବାନ ପାଢ଼ୀ l ଯଦି ଅଭିଯୋଗ ମିଥ୍ୟା ଥାଏ ତେବେ ଏନଏସି ରେ ବର୍ତ୍ତମାନ ଚାଲିଥିବା ସମସ୍ତ କାର୍ଯ୍ୟଉପରେ ଜିଲ୍ଲା ପ୍ରଶାସନ ଓ ଭିଜିଲାନ୍ସ ତଦନ୍ତ କଲେ ସତ୍ୟତା ପଦାକୁ ଆସି ପାରିବ ବୋଲି ଦାବୀ କରିଛନ୍ତି କାଉସିଲର l

Leave a Reply

Your email address will not be published. Required fields are marked *