ଗଂଜାମ ରୁ ଚୋରି ହେଉଛି ଆନ୍ଧ୍ରରେ ବିକ୍ରି ହେଉଛି
ଗଞ୍ଜାମ ଜିଲ୍ଲାରୁ ଆନ୍ଧ୍ରପ୍ରଦେଶ କୁ କାଠ ଚୋରା ଚାଲାଣ ବେଳେ ବନ ବିଭାଗ ଚଢ଼ାଉ କରି ବିପୁଳ ପରିମାଣ ର ମୂଲ୍ୟବାନ କାଠ, ଗୋଟିଏ ଟ୍ରକ ଜବତ କରିବା ସହିତ ଦୁଇ ଜଣଙ୍କୁ ଗିରଫ କରାଯାଇଛି l ଦକ୍ଷିଣ ଘୁମୁସର ବନ ଖଣ୍ଡ ବୁଗୁଡା ବନାଞ୍ଚଳ ଅନ୍ତର୍ଗତ ମୋଟାବାଡି ଗ୍ରାମ ହାଇ ସ୍କୁଲ ଛକ ନିକଟରୁ କାଠ ବୋଝେଇ ଟ୍ରକକୁ ଜବତ କରିବା ସହ ଇଚ୍ଛାପୁରର ଦୁଇ ଜଣଙ୍କୁ ଗିରଫ କରାଯାଇଛି । ଜବତ କାଠ ର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବା ନେଇ ଅନୁମାନ କରାଯାଉଥିବା ବେଳେ ଟ୍ରକ ରେ ପିଆଶାଳ,ମହି ଓ ସାହାଜ ଭଳି ମୂଲ୍ୟବାନ କାଠ ରହିଥିବା ସୂଚନା ମିଳିଛି l ତେବେ ଟ୍ରକରେ ଜରିପାଲ ଘୋଡାଇ କାଠ ଓଡିଶାରୁ ଆନ୍ଧ୍ରପ୍ରଦେଶକୁ ଚୋରା ଚାଲାଣ ହେଉଥିବା ଜଣାପଡିଛି ।