ଜନ୍ମ ଦିନ ପାଲିବା ହେଲା କାଳ
ନୟାଗଡ-(ଚିତ ରଂଜନ ମିଶ୍ର)-ନୟାଗଡ ଜିଲ୍ଲାର ଦଶପଲ୍ଲା ଅନ୍ତର୍ଗତ ଡିହଗାଁ ପଞ୍ଚାୟତ ର ମଧୁପୁର ଗ୍ରାମର ଘଟଣା,ବିଘ୍ନ ବିନାଶକ ପବିତ୍ର ଗଣେଶ ପୂଜା ହେଉଛି ତାକଂ ଜନ୍ମଦିନ । ଜନ୍ମଦିନ ପାଳନପାଇଁ ଚିକେନ୍ ଆଣିବାକୁ ବାଇକ୍ ଯୋଗେ ଯାଉଥିବାବେଳେ ଘଟିଲା ଦୁର୍ଘଟଣା । ଏହି ଦୁର୍ଘଟଣାରେ ସହଯାତ୍ଳୀ ଗୁରୁତ୍ତର ଆହତ ହୋଇଥିଲାବେଳେ , ଘଟଣାସ୍ଥଳରେ ମତିଷ୍କ ଆଘାଚ ଯୋଗୁଁ ଭୂଜ୍ ମଲ୍ଟି ସ୍ପେସାଲିଟି ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ତାରେ ଚାଲିଗଲା ନୟାଗଡ଼ ଜିଲ୍ଲା, ଦଶପଲ୍ଲା ବ୍ଲକ୍ ଡିହଗାଁ ଗ୍ରାମପଞ୍ଚାୟତ ମଧୁପୁରୁ ଗାଁ ର ଉଚ୍ଚ ଶିକ୍ଷିତ ତଥା ଘରର ଏକମାତ୍ର ରୋଜଗାରିଆ ପୁଅ ଶ୍ରୀକାନ୍ତକଂ ଜୀବନ । ସୂଚନା ଥାଉକି, ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍ ଡିହଗାଁ ଗ୍ରାମପଞ୍ଚାୟତ ଅନ୍ତର୍ଗତ ମଧୁପୁର ଗାଁ ର ଖଦାଳ ପ୍ରଧାନ କଂ ୨୨ ବର୍ଷିଆ ମଝିଆ ପୁଅ ଶ୍ରୀକାନ୍ତ ପ୍ରଧାନ ହୋଟେଲ୍ ମ୍ୟାନେଜମେଣ୍ଟ ପାଠ ପଢି ସାରିବାପରେ ଗୁଜୁରାଟ ର ଅହମଦାବାଦ ଠାରୁ ୩୫୦ କିଲୋମିଟର ଦୂର ଢୋଲାବିରମ୍ ର ଏକ ତାରକା ହୋଟେଲ୍ ରେ ସର୍ଭିସ୍ ସେକ୍ସନ୍ ଆସିସ୍ଟାଣ୍ଟ ମ୍ୟାନେଜର ଭାବରେ କାର୍ଯ୍ୟ କରୁଥିଲେ । ଗତ ଗଣେଶପୂଜା ଦିନ ନିଜର ଜନ୍ମଦିନ ଥିବାଯୋଗୁଁ ସାଂଗସାଥି ମାନକୁଂ ଏକ ନୈଶ୍ୟ ଭୋଜିରେ ଆପ୍ୟାୟିତ କରିବାପାଇଁ ଚିକେନ୍ ପାଇଁ ଜଣେ ସାଂଗ ସହିତ ଯାଉଥିବାବେଳେ,ଏକ ମଇଁଶି ସାମନା କୁ ହଠାତ୍ ଆସିଯିବାରୁ ଦୁର୍ଘଟଣା ଘଟିଥିଲା । ଏହି ଦୁର୍ଘଟଣାରେ ସହଯାତ୍ଳୀ କଂ ହାତ ଓ ଗୋଡ଼ ଭାଂଗି ଯାଇଥିବାବେଳେ, ଶ୍ରୀକାନ୍ତ ମସ୍ତିଷ୍କ ଆଘାତ ଯୋଗୁଁ ଗୁରୁତ୍ତର ହୋଇ, ଭୂଜୄ ମଲ୍ଟି ସ୍ପେସାଲିଟି ହସ୍ପିଟାଲରେ ଚିକିତ୍ସିତ ହେବା ଅବସ୍ଥାରେ ଗତ ୧୦ ତାରିଖ ଦିନ ମୃତ୍ୟୁବରଣ କରିଥିଲେ । 11ନମ୍ୱର ଜୋନର ସଭାପତି ଦେବେନ୍ଦ୍ର କୁମାର ପ୍ରଧାନ କଂଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ ଙ୍କ ଚେଷ୍ଟାରେ ଆଜି ମରଶରୀର ଆସି ପହଞ୍ଚିଛି,ଘରର ଏକମାତ୍ର ରୋଜଗାରିଆ ପୁଅର ମୃତ୍ୟୁ ପରେ ପରିବାର ଲୋକ ଦୁଃଖରେ ମ୍ରିୟମାଣ ହୋଇପଡିଥିବାବେଳେ , ତାଂକ ପରିବାରକୁଂ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଓ ସମ୍ପର୍କୀୟ ମାନେ ଦାବି କରିଛନ୍ତି ।