ଡିଭୋର୍ସ ଖବର ଭିତରେ ପରସ୍ପରକୁ ଫୋଲୋ କଲେ ବଲିଉଡ ଅଭିନେତ୍ରୀ-ହାର୍ଦ୍ଦିକ
ଥମିନି ଛାଡପତ୍ର ଖବର । ସେପଟେ ଏହି ୨୫ ବର୍ଷୀୟା ଅଭିନେତ୍ରୀଙ୍କୁ ଫୋଲୋ କଲେ ପାଣ୍ଡ୍ୟା, ହିରୋଇନ ଜଣଙ୍କ ମଧ୍ୟ ହାର୍ଦ୍ଦିକଙ୍କୁ ଫୋଲୋ କରିଛନ୍ତି….
ଆଜିକାଲି ନତାଶା ଷ୍ଟାନକୋଭିକ୍ ଓ ହାର୍ଦ୍ଦିକ ପାଣ୍ଡ୍ୟା ଚର୍ଚ୍ଚାରେ ଅଛନ୍ତି। ଦୁହିଁଙ୍କ ଦାମ୍ପତ୍ୟ ଜୀବନରେ ଅସନ୍ତୋଷ ଦେଖାଦେଇଥିଲା । ନିକଟରେ ଛାଡପତ୍ର ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ପାରସ୍ପରିକ ସହମତି ସହ ସେମାନେ ଅଲଗା ହୋଇଯାଇଛନ୍ତି । ଡିଭୋର୍ସ ପରେ ଦୁହେଁ ଏକ ପୋଷ୍ଟ କରିଛନ୍ତି । ଯେଉଁଥିରେ ଲେଖା ହୋଇଛି ସେମାନେ ସର୍ବଦା ସାଙ୍ଗ ଭାବରେ ରହିବେ ଓ ଏକାଠି ପୁଅକୁ ଦେଖାଶୁଣା କରିବେ |ଏହି ଖବର ନ ଥମିନୁ, ହାର୍ଦ୍ଦିକ ସୋସିଆଲ ମିଡିଆରେ ଜଣେ ବଲିଉଡ ଅଭିନେତ୍ରୀଙ୍କୁ ଫଲୋ କରିଛନ୍ତି । କେବଳ ସେତିକି ନୁହେଁ ଉକ୍ତ ହିରୋଇନ ଜଣଙ୍କ ମଧ୍ୟ ପାଣ୍ଡ୍ୟାଙ୍କୁ ଇନଷ୍ଟାରେ ଫଲୋ କରିଛନ୍ତି । ଯାହାକୁ ନେଇ ସୋସିଆଲ ମିଡିଆରେ ହଇଚଇ ଖେଳିଯାଇଛି । ଆପଣ ମଧ୍ୟ ଏହି ଅଭିନେତ୍ରୀଙ୍କ ନାମ ଶୁଣିବା ପରେ ବିଶ୍ୱାସ କରିବେ ନାହିଁ ।ବର୍ତ୍ତମାନ ହାର୍ଦ୍ଦିକ ସୋସିଆଲ ମିଡିଆ ଇନଷ୍ଟାଗ୍ରାମରେ ୨୫ ବର୍ଷ ବୟସ୍କା ଅଭିନେତ୍ରୀଙ୍କୁ ଅନୁସରଣ କରିଛନ୍ତି । ଏହି ଅଭିନେତ୍ରୀ ଜଣଙ୍କ ମଧ୍ୟ କ୍ରିକେଟରଙ୍କୁ ଅନୁସରଣ କରିଛନ୍ତି । ସେ ଅନ୍ୟ କେହି ନୁହଁନ୍ତି ବଲିଉଡ ଅଭିନେତ୍ରୀ ଅନନ୍ୟା ପାଣ୍ଡେ।ଯଦି ଆମେ ଅନନ୍ୟା ପାଣ୍ଡେଙ୍କ ବିଷୟରେ କଥା ହେବା, ତେବେ ଅଭିନେତ୍ରୀଙ୍କ ନାମ କିଛି ସମୟ ପୂର୍ବରୁ ଅଭିନେତା ଆଦିତ୍ୟ ରୟ କପୁରଙ୍କ ସହ ଯୋଡା ଯାଇଥିଲା । ଉଭୟଙ୍କୁ ଏକାଠି ଦେଖିବାକୁ ମିଳିଥିଲା। ଦୁହେଁ କିଛି ସମୟ ପାଇଁ ଡେଟ ମଧ୍ୟ କରିଥିଲେ ।ଅନନ୍ତ ଅମ୍ବାନୀ ଓ ରାଧିକା ମର୍ଚାଣ୍ଟଙ୍କ ବିବାହରେ ହାର୍ଦ୍ଦିକ ଏବଂ ଅନନ୍ୟାଙ୍କର ଏକ ଭିଡିଓ ଭାଇରାଲ ହୋଇଥିଲା, ଯେଉଁଥିରେ ଦୁହେଁ ମନ ଭରି ନାଚୁଥିବାର ଦେଖାଯାଇଥିଲା ।