ଦୁର୍ନୀତିରେ ବୁଡ଼ୀଛି ହରିପୁର ମହିଳା ମହାସଂଘ
ଦୁର୍ନିତିର ଚରମସୀମାରେ ହରିପୁର ପଞ୍ଚାୟତର ମହିଳା ମହାସଂଙ୍ଗ ଏସ ଏଚ ଜି ଗୃପର ସଦସ୍ୟମାନେ ମହିଳା ମହାସଂଙ୍ଗ କୁ ମିଳୁଥିବା ସମସ୍ତ ସୁବିଧା ପାଇପାରୁନାହାନ୍ତି | ମହାସଂଙ୍ଗ ର ଦାୟିତ୍ୱ ରେ ଥିବା କର୍ମ କର୍ତ୍ତାମାନଙ୍କର ମନମୁଖୀ କାର୍ଯ୍ୟକଳାପ ସହିତ ଜଣେ ବ୍ୟକ୍ତି ଏକାଧିକ ପଦବୀରେ ରହିଥିବାର ଅଭିଯୋଗ ମଧ୍ୟ ହୋଇଛି | ମହାସଂଙ୍ଗକୁ ଟ୍ରାକଟର ମିଳିଛି | ହେଲେ ତାହା କେଉଁ କାର୍ଯ୍ୟ ରେ ଲାଗିଛି ଏବଂ କାହା ତତ୍ଵାବଧାନରେ ରହିଅଛି ତାହା ମଧ୍ୟ କାହାରିକୁ ଜଣାଉନାହାନ୍ତି | ଏଥି ସହିତ ମହାସଂଙ୍ଗ ର ପ୍ରେସିଡେଣ୍ଟ ଦୀର୍ଘଦିନ ଧରି ଅନୁପସ୍ଥିତ ଥିବା ବେଳେ ସେକ୍ରେଟାରୀ କିଏ ଅଛନ୍ତି ତାହା ମଧ୍ୟ କେହି ଜାଣନ୍ତି ନାହିଁ | ବର୍ତମାନ ମହାସଂଙ୍ଗର କେତୋଟି ଗୃପ ରହିଛି ସେ ବିଷୟରେ ମଧ୍ୟ ଅବଗତ କରୁନାହାନ୍ତି |
ଏଭଳି ସାଙ୍ଘାତିକ ଅଭିଯୋଗ ଆସିଛି ହରିପୁର ଗ୍ରାମ ପଂଚାୟତ ଅଧୀନରେ ଥିବା ମହିଳା ମହାସଂଙ୍ଗ ନାମରେ | ଏନେଇ ହରିପୁର ପଂଚାୟତର କିଛି ମହିଳା ଗତକାଲି ବିଡ଼ିଓ କୁ ଅବଗତ କରାଇବା ସହିତ ଏକ ଲିଖିତ ଅଭିଯୋଗ ମଧ୍ୟ କରିଥିବା ଦେଖିବାକୁ ମିଳିଛି | ଏଥି ସହିତ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାକୁ ମଧ୍ୟ ଏ ବିଷୟରେ ଅବଗତ କରାଇଥିବା ସୂଚନା ମିଳୁଛି | ମହାସଂଙ୍ଗର ବର୍ତମାନର କର୍ମ କର୍ତ୍ତାମାନେ ଲକ୍ଷ ଲକ୍ଷ ଟଙ୍କା ହେର ଫେର କରୁଥିବା ସହିତ ମହାସଂଙ୍ଗକୁ ଆସୁଥିବା ଅନୁଦାନକୁ ଗୃପର ସଦସ୍ୟ ମାନଙ୍କୁ ଜଣାଇ ନଥିବା ବେଳେ ସବୁ ଏସ ଏଚ ଜି ତାର ସୁବିଧା ଉପଭୋଗ କରିପାରୁ ନାହାନ୍ତି | ଦୀର୍ଘ ବର୍ଷ ହେବ ମହାସଂଙ୍ଗରେ ଅଡିଟ ହୋଇନାହିଁ ତେଣୁ ମହାସଂଙ୍ଗର କାର୍ଯ୍ୟ କର୍ତ୍ତାମାନେ ମନଇଚ୍ଛା କାର୍ଯ୍ୟକରୁଛନ୍ତି |
ତେଣୁ ଏହାର ତଦନ୍ତ କରିବା ସହିତ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଭିଯୋଗ କାରୀମାନେ ଦାବି କରିବା ସହିତ ଯଦି ଅଭିଯୋଗ ଆଧାରରେ ତଦନ୍ତ ନହୁଏ ତେବେ ସେମାନେ ରାଜରାସ୍ତାକୁ ଓଲ୍ହାଇବେ ବୋଲି ଚେତାବନୀ ଦେଇଛନ୍ତି |