ରାଜ୍ୟ

ଧଳା ଘୁଷୁରୀ ଚାଷ କରି ରୋଜଗାର କରିହବ ଲକ୍ଷାଧିକ ଟଙ୍କା

ଏ କଥା ଆମେ କହୁନୁ , ଏକଥା କହୁଛନ୍ତି ଜଣେ ଯୁବ ଘୁଷୁରୀ ଚାଷୀ | ଖୁବ ଅଳ୍ପ ଦିନରେ ପାକେଟ କୁ ଆସିବ ଲକ୍ଷାଧିକ ଟଙ୍କା | ଟିକିଏ ଯତ୍ନର ସହ ଚାଷ କରି ପାରିଲେ ଏଥିରେ କେବଳ ଲାଭ ହିଁ ଲାଭ | ଏଥିସହିତ ସଫଳ ଚାଷୀ ଭାବରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ମଧ୍ୟ ସୃଷ୍ଟି କରିହବ | ଆଉ ଏମିତି କିଛି କରି ଦେଖାଇଛନ୍ତି ପୁରୀ ଜିଲ୍ଲା ଗୋପ ବ୍ଲକ , ବୀରତୁଙ୍ଗ ପଂଚାୟତ ଅନ୍ତର୍ଗତ କଣ୍ଟି ଗ୍ରାମର ଲିଟନ ବେହେରା | ଉଚ ଶିକ୍ଷିତ ହୋଇ ମଧ୍ୟ ଚାକିରୀ ପଛରେ ନ ଗୋଡ଼ାଇ ସେ ଗୋଟିଏ ଧଳା ଘୁଷୁରୀ ଫର୍ମ କରିଛନ୍ତି | ଆଉ ଏଥିରେ ତାଙ୍କୁ ସହଯୋଗ କରିଛନ୍ତି ତାଙ୍କ ଧର୍ମ ପତ୍ନୀ ଝୁନା ବେହେରା | ଘୁଷୁରୀ ମାନଙ୍କ ନିଅମିତ ଯତ୍ନ ନେବା ଓ ଠିକ ସମୟରେ ଖାଇବାକୁ ଦେବାପାଇଁ ସେ ଏଥିରେ ଅନ୍ୟ ମାନଙ୍କୁ ନିଯୋଜିତ କରିଛନ୍ତି | ଯାହା ଫଳରେ ନିଜେ ରୋଜଗାର କ୍ଷମ ହେବ ସହିତ ଆଉ ଦୁଇଜଣଙ୍କୁ ମଧ୍ୟ ରୋଜଗାରକ୍ଷମ କରାଇଛନ୍ତି | ଲିଟନ ଓ ତାଙ୍କ ପତ୍ନୀ ଉଭୟଙ୍କର କିଛି ନୂଆ କରିବାର ସ୍ବପ୍ନ ଥିଲା | ଆଉ ସେଇ ସ୍ବପ୍ନକୁ ସାକାର କରିବା କୁ ଜାଇ ସେ ଘୁଷୁରୀ ଚାଷ କରିବାକୁ ମନ ବଳାଇଥିଲେ |ପ୍ରଥମେ ସେ ଘୁଷୁରୀ ଚାଷ ପ୍ରଣାଳୀର ତାଲିମ ନେବା ପରେ , ନିଜ ଗ୍ରାମରେ ଘୁଷୁରୀ ଫାର୍ମ ଟିଏ ଆରମ୍ଭ କରିଥିଲେ କରିଥିଲେ | ସେଥିପାଇଁ ସେ ୫୦% ଛାଡ ଆଧାରରେ ସରକାରୀ ସହାୟତା ମଧ୍ୟ ପାଇଥିଲେ | ସେହି ଟଙ୍କା କୁ ବିନିଯୋଗ କରି ଲିଟନ ଘୁଷୁରୀ ଫାର୍ମଟିଏ ଆରମ୍ଭ କରିଥିଲେ | ଅବଉଁ ଏଥିରେ ତାଙ୍କ ସ୍ତ୍ରୀଙ୍କର ପୁର୍ଣ ସହଯୋଗ ମଧ୍ୟ ରହିଥିଲା ଏବେ ତାଙ୍କ ଫାର୍ମରେ ୨୦୦୦ ରୁ ଅଧିକ ଘୁଷୁରୀ ରହିଥିବା ବେଳେ ନିଅମିତ ଭାବେ ଲିଟାନ ଓ ତାଙ୍କ କର୍ମଚାରୀମାନେ ଘୁଷୁରୀ ଗୁଡିକର ଯତ୍ନ ନେଉଛନ୍ତି |

Leave a Reply

Your email address will not be published. Required fields are marked *