ନିଆଳି ର ବିଭିନ୍ନ ମନ୍ଦିର ପରିଦର୍ଶନ କଲେ ଜିଲ୍ଲାପାଳ ଓ ବିଧାୟକ
ନିଆଳିରେ କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାହୁସାହେବ ସିନ୍ଧେ ଓ ନିଆଳି ବିଧାୟକ ଛବି ମଲ୍ଲିକ ବିଭିନ୍ନ ପୁରାତନ ମନ୍ଦିର ପରିଦର୍ଶନ କରିଛନ୍ତି | ନିଆଳିର ସର୍ବପୁରାତନ ପ୍ରଭୁ ଶୋଭନେଶ୍ୱର ମନ୍ଦିର ସହ ଜଗନ୍ନାଥ ଙ୍କ ମାମୁଁ ଘର ପ୍ରଭୁ ମାଧବାନନ୍ଦଜୀଉ ମନ୍ଦିର, କୃଷ୍ଣପ୍ରସାଦ ସ୍ଥିତ ଅଙ୍ଗେଶ୍ୱର ମହାଦେବ ମନ୍ଦିର, କାଶୀ ବିଶ୍ଵନାଥ ମନ୍ଦିର, ପଶ୍ଚିମ ମୁଖୀ ଦୁର୍ଗା ମନ୍ଦିର ଏବଂ ନିଭରଣ ର ଗ୍ରାମେଶ୍ୱର ମନ୍ଦିର ପରିଦର୍ଶନ କରିଛନ୍ତି ଜିଲ୍ଲାପାଳ. ମନ୍ଦିରର ପୁରାତନ କୀର୍ତ୍ତିରାଜ ସୁରକ୍ଷା ଓ ଉନ୍ନତିକରଣ ପାଈଁ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି.. ପ୍ରାଚୀ ନଦୀ କୂଳରେ ଥିବା ଶୋଭନେଶ୍ୱର ମନ୍ଦିର କୁ ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ଦେବା ପାଇଁ ସରକାରଙ୍କୁ ଅନୁରୋଧ କରିଛନ୍ତି ନିଆଳି ବିଧାୟକ ଛବି ମଲ୍ଲିକ… ଜିଲ୍ଲାପାଳ ଙ୍କ ପରିଦର୍ଶନ ସମୟରେ ନିଆଳି ବିଡ଼ିଓ ଓ ତହସିଲଦାର ଙ୍କ ସହ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।