ରାଜ୍ୟ

ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନା ମାଧ୍ୟମରେ ୪୦ଲକ୍ଷ ଟଙ୍କାର ଭିତିପ୍ରସ୍ତର ସ୍ଥାପନ

ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ୍ ଅଧିନସ୍ଥ ଧଳେଶ୍ବର ପଞ୍ଚାୟତ ଧଳେଶ୍ବର ଗ୍ରାମରେ ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନା ମାଧ୍ୟମରେ ୪୦ଲକ୍ଷ ଟଙ୍କାର ଭିତିପ୍ରସ୍ତର ସ୍ଥାପନା କଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।ଆଗାମୀ ଦିନରେ ଧଳେଶ୍ବର ଗ୍ରାମ ଆଦର୍ଶ ଗ୍ରାମରେ ପରିଣତ ହେବାକୁ ଯାଉଥିବା ବେଳେ ଅଞ୍ଚଳ ବାସୀ ବେଶ ଖୁସିଥିବା ଦେଖିବାକୁ ମିଳିଛି।ଏହି ୪୦ଲକ୍ଷ ଟଙ୍କା ଗ୍ରାମର ବିଭିନ୍ନ କ୍ଷେତ୍ର ତଥା ଶିକ୍ଷା,ସଡ଼କ,ରାସ୍ତା,ପାନୀୟଜଳ ଏବଂ ଆଲୋକିକରଣ କ୍ଷେତ୍ରରେ ଖର୍ଚ୍ଚ କରାଯାଇ ଗ୍ରାମକୁ ସମ୍ପୂର୍ଣ୍ଣ ଆଦର୍ଶ ଗ୍ରାମରେ ପରିଣତ କରାଯିବା ନେଇ ସରପଞ୍ଚ ସଚିତାନନ୍ଦ ରାଉତରାୟ ପ୍ରକାଶ କରିଛନ୍ତି।ଅନ୍ୟ ମାନଙ୍କ ମଧ୍ୟରେ ନିମାପଡ଼ା ବ୍ଲକ୍ ବିଡ଼ିଓ ଅଭିଜିତ ଷଡ଼ଙ୍ଗୀ,ସମିତି ସଭ୍ୟା ବେବିନା ଜେନା,ମଣ୍ଡଳ ସଭାପତି ଯଚିନ୍ଦ୍ର ସ୍ୱାଇଁ,ପଞ୍ଚାୟତ ସଭାପତି ଧନଞ୍ଜୟ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *