ପ୍ରଧାନ ଶିକ୍ଷକଙ୍କ ଅତ୍ୟାଚାର ସହି ନ ପାରି ହଷ୍ଟେଲ ଛାଡିଲେ 39 ଅନ୍ତେବାସୀ
ପ୍ରଧାନ ଶିକ୍ଷକ ତାଗିତ କରିବାରୁ ହଷ୍ଟେଲ ଛାଡିଲେ 39 ଅନ୍ତେବାସୀ l ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ସହରର ସର୍ବ ପୁରାତନ ସଂସ୍କୃତ ଟୋଲ କବିସୂର୍ଯ୍ୟନଗର ବିଦ୍ୟାପୀଠ ରେ l ବିଦ୍ୟାପୀଠ ର ହଷ୍ଟେଲ ରେ ରହି ପଢ଼ୁଥିବା ନବମ ଦଶମ ଶ୍ରେଣୀ ର ମୋଟ 44 ଛାତ୍ର ଙ୍କ ମଧ୍ୟରୁ 39 ଛାତ୍ର ଆଜି ସକାଳୁ ହଷ୍ଟେଲ ଛାଡି କୁଆଡେ ଚାଲି ଯାଇଥିବା ଦେଖିବାକୁ ମିଳିଛି l ଗତବର୍ଷ ବିଦ୍ୟାପୀଠଟି 5ଟି ରେ ରୂପାନ୍ତରିତ ହେବାପରେ ଅନ୍ତେବାସୀ ମାନେ ନାରାୟଣପୁର ଶାସନ ନିକଟ ବନ୍ଦ ବିଦ୍ୟାଳୟ କୋଠାରେ ରହୁଥିବା ବେଳେ ସେଠାରେ ଷଷ୍ଠ ଶ୍ରେଣୀ ଠାରୁ ଦଶମ ଶ୍ରେଣୀ ର ସମସ୍ତ ଶ୍ରେଣୀ ଛାତ୍ରୀ ରାତ୍ରୀ ଜାପାନ ଲାଗି ସୁବିଧା ନହେବା କାରଣରୁ ନବମ ଦଶମ ଶ୍ରେଣୀ ଛାତ୍ର ମାନେ ରୂପାନ୍ତରିତ ନୂତନ କୋଠାରେ ରାତ୍ରୀ ଜାପାନ କରୁଥିଲେ l ତେବେ ନୂତନ କୋଠା ଶୌଚାଳୟ ରେ ଲାଗିଥିବା ଟ୍ୟାପ ଗୁଡିକ ଛାତ୍ର ମାନେ ବାରମ୍ବାର ଭାଙ୍ଗିବା କାରଣରୁ ପ୍ରଧାନ ଶିକ୍ଷକ ସମସ୍ତ ଙ୍କୁ ଗାଳିକରିଥିଲେ l ଏହି କାରଣରୁ ଛାତ୍ର ମାନେ ହଷ୍ଟେଲ ଛାଡିଥିବା କହିଛନ୍ତି ପ୍ରଧାନ ଶିକ୍ଷକ ଓ ହଷ୍ଟେଲ ରେ ରହୁଥିବା ଅନ୍ୟ ଛାତ୍ର l ଅନ୍ୟପଟେ ଏହି ଛାତ୍ର ମାନେ କୁଆଡେ ଯାଇଛନ୍ତି ତାହାର ବର୍ତ୍ତମାନ ସୁଦ୍ଧା କୌଣସି ସୂଚନା ନଥିବା ବେଳେ ଏନେଇ କବିସୂର୍ଯ୍ୟନଗର ଥାନାରେ ପ୍ରଧାନ ଶିକ୍ଷକ କବିସୂର୍ଯ୍ୟନଗର ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି |