ପ୍ରଧାନ ଶିକ୍ଷକଙ୍କ କାର୍ଯ୍ୟରେ ଅତିଷ୍ଠ ହୋଇ ଫାଟକରେ ତାଲା
ପୁରୀ ଜିଲ୍ଲା ଗୋପ ବ୍ଲକ ନାଗପୁର ପଂଚାୟତ ନାଗପୁର ନୋଡାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ନାମରେ ମନମୁଖୀ ବିଦ୍ୟାଳୟ ପରିଚାଳନା ଓ ବିଦ୍ୟାଳୟ ପରିସରରୁ ଆଜବେଷ୍ଟସ ବିକ୍ରି କରିବାର ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ଗ୍ରାମବାସୀ | ସରପଂଚଙ୍କ ସହ ହାତମିଳାଇ ଗତ ରବି ବାରଦିନ ବିଦ୍ୟାଳୟ ପରିସରରୁ ୩୫ପଟ ଆଜବେଷ୍ଟସ ନେଉଥିବା ସମୟରେ ଗ୍ରାମବାସୀମ ମାନେ ଗାଡିକୁ ଅଟକାଇବା ସହ ଗୋପ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ଗୋପ ପୋଲିସ କୌଣସି ପଦକ୍ଷପ ନ ନେବାରୁ ଗ୍ରାମବାସୀ ମାନଙ୍କ ମଧ୍ୟ ରେ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା | କିଛିଦିନ ପୂର୍ବରୁ ଏହିବିଦ୍ୟାଳୟ ପାଣିଟାଙ୍କି ରେ ମାଙ୍କଡଟି ମରିସଢ଼ି ଯାଇଥିଲେ ମଧ୍ୟ ପିଲା ମାନଙ୍କୁ ମଧ୍ୟାନ ଭୋଜନରେ ସେଇ ପ୍ରଦୂଷିତ ପାଣିକୁ ବ୍ୟବହାର କରାଯାଇଥିଲା , ଯେଉଁ ପାଣିପି ବହୁତ ଛାତ୍ର ଛାତ୍ରୀ ଅସୁସ୍ଥ ହୋଇଥିଲେ |ବିଦ୍ୟାଳୟରେ ପ୍ରଧାନ ଶିକ୍ଷକଙ୍କ ଏପରି ମନାମାନୀ ବିରୁଦ୍ଧରେ ଅଭିଭାବକ ମାନେ ଉତ୍କ୍ଷିପ୍ତହେଇ ବିଦ୍ୟାଳୟ ର ମୁଖ୍ୟ ଫାଟକରେ ତାଲାପକାଇଥିଲେ ଓ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟକ୍ଷମ ପାଇଁ ପ୍ରଶାସନ ପାଖେ ନିଜର ଦାବି ଉପସ୍ଥାପନା କରିଥିଲେ |