ମେଡିକାଲ ବେଡରେ ପଡ଼ିଛି 21 ବର୍ଷୀୟ ଭେଣ୍ଡିଆ ପୁଅ
ମେଡିକାଲ ବେଡରେ ପଡ଼ିଛି 21 ବର୍ଷୀୟ ଭେଣ୍ଡିଆ ପୁଅ । ମୁଣ୍ଡ ପାଖରେ ବସିଛନ୍ତି ବାପା । କେବେ ପୁଅର ଚେତା ଆସୁଛି ତ କେବେ ନାହିଁ । ଆଜକୁ ପ୍ରାୟ 45 ଦିନରୁ ଅଧିକ ହେଲା ପୁଅ ସ୍ଥାଣୁ ହୋଇ ପଡ଼ି ରହିଛି । ନା କଥା କହୁଛି ନା କାହାକୁ ଚିହ୍ନି ପାରୁଛି । ଦୁର୍ଘଟଣା ପୁଅ ସଂଗ୍ରାମର ଜୀବନରେ କଳା ବାଦଲ ଢାଙ୍କି ଦେଇଛି । ଦର୍ଶକବନ୍ଧୁ ଆମେ କହୁଛୁ ସଂଗ୍ରାମ ରାଉତଙ୍କ କଥା । ଘର ଜଗତସିଂହପୁର ଜିଲ୍ଲା ଏରସମା ଥାନା ଅସିଆ ଗାଁରେ । ଯୁକ୍ତ 3 ଶେଷ ବର୍ଷ ଛାତ୍ର ଥିଲେ । କଟକରେ ରହି ଭଲ ଦି ପଇସା ରୋଜଗାର କରୁଥିଲେ । ମାତ୍ର ଦୁର୍ଘଟଣା ତାଙ୍କର ତାଙ୍କର ଏଭଳି ଅବସ୍ଥା କରିଛି । ଜୁନ୍ 14 ତାରିଖ ପହିଲି ରଜରେ ସାରା ଓଡ଼ିଶା ମସଗୁଲ ଥିବାବେଳେ ସଂଗ୍ରାମ ଦୁର୍ଘଟଣାଗସ୍ତ ହୋଇ ରାସ୍ତା କଡ଼ରେ ଜୀବନ ସହ ସଂଗ୍ରାମ କରୁଥିଲେ । ସ୍ଥାନୀୟ ଲୋକଙ୍କ ସହାୟତାରେ ମେଡିକାଲରେ ଭର୍ତ୍ତି ହୋଇଥିଲେ । ମସ୍ତିଷ୍କରେ ଶକ୍ତ ଆଘାତ ଲାଗିଛି । ମୁଣ୍ଡର 7ଟି ସ୍ଥାନରେ ରକ୍ତ ଜମାଟ ବାନ୍ଧିଛି । ଅବସ୍ଥା ସଂକଟାପନ୍ନ ଥିବାରୁ କଟକରୁ ଭୁବନେଶ୍ବରର ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଦିନ ମଜୁରିଆ ବାପା ନିଜର ସବୁ ଅର୍ଥ ସାରିଦେଇଛି । ଏବେ ଉଦ୍ଧାର ଟଙ୍କାରେ ସଂଗ୍ରାମର ଚାଲିଛି ଚିକିତ୍ସା ।ବାପା ନିରଞ୍ଜନ ରାଉତଙ୍କ ରୋଜଗାର କହିଲେ ସେମିତି କିଛି ନାହିଁ । ପାରାଦୀପରେ ମଜୁରୀ ଲାଗି ଯାହା ଦି ପଇସା ରୋଜଗାର କରନ୍ତି ସେତିକିରେ ଘର ଚଳେ । ପୁଅର ଏଭଳି ଅବସ୍ଥା ପରେ ସେ ଏବେ ବାକ୍ ଶୂନ୍ୟ । କଣ କରିବେ କିଛି ବୁଦ୍ଧି ପାଟ ଦିଶୁନି । କେବଳ ସରକାରୀ ସହୟାତା କିମ୍ବା କୌଣସି ବଦାନ୍ୟ ବ୍ୟକ୍ତିଙ୍କ ସହାୟତାକୁ ଅପେକ୍ଷା କରିଛନ୍ତି । ସଂଗ୍ରାମଙ୍କୁ କେହି ସାହାଯ୍ୟ କରିବାକୁ ଚାହୁଁଥିଲେ 9777162685 କିମ୍ବା ଫୋନ୍ ପେ ନମ୍ବର 8114631710ରେ ଯୋଗାଯୋଗ କରିପାରିବେ |