ରାଜନୀତି

ସାଙ୍ଘାତିକ ଅଭିଯୋଗ ଆଣିଲେ କଂଗ୍ରେସ ମୁଖପାତ୍ର ସୋନାଲି ସାହୁ

ମଲାଗୁଣି ବ୍ୟାରେଜ୍ ର ପୁନରୁଦ୍ଧାର ଏବଂ ଗଡ ଖୋର୍ଦ୍ଧା ପଟନାୟିକା ରାସ୍ତା ନିମ୍ନ ମାନର ହୋଇଥିବା ଅଭିଯୋଗ ଆଣି ଜିଲ୍ଲାପାଳ ଙ୍କୁ ଭେଟିଛନ୍ତି କଂଗ୍ରେସ ଦଳର ମୂଖପାତ୍ର ସୋନାଲି ସାହୁ। ଏହି ଅବସରରେ ସେ ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। ଏଥିରେ ଉଲ୍ଲେଖ କରାଯାଇଛି,ମଲାଗୁଣି ବ୍ୟାରେଜ୍ ଉପରେ ସତ୍ୟବାଦୀ, ବ୍ରହ୍ମଗିରି, ବେଗୁନିଆ ଓ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ର ପ୍ରାୟ ୨୦ ହଜାର ରୁ ଉର୍ଦ୍ଧ୍ବ ପଂଚାୟତ ର ଚାଷୀ ନିର୍ଭର କରିଥାନ୍ତି। ରକ୍ଷଣାବେକ୍ଷଣା ଅଭାବ ରୁ ଏହା ଧି୍ରେ ଧିରେ ନଷ୍ଟ ହେବାକୁ ବସିଲାଣି। ଏଣୁ ଏହାର ପୁନରୁଦ୍ଧାର କରିବାକୁ ସେ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି। ସେହିପରି ଗଡ଼ ଖୋର୍ଦ୍ଧା – ପଟନାୟିକା ରାସ୍ତା ଶୋଚନୀୟ ହୋଇପଡିଥିବା ମଧ୍ୟ ଅଭିଯୋଗ କରିଛନ୍ତି।ମିଥ୍ୟା ବିଲ୍ କରାଯାଇ ପୁତ୍ତବିଭାଗ ର କେତେକ ଅସାଧୁ କର୍ମଚାରୀ ଓ ଠିକାଦାର ମାଲେ ମାଲ ହୋଇଥିବା ସେ ଅଭିଯୋଗ ରେ ଦର୍ଶାଇଛନ୍ତି। ଏହାର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ସେ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *