ହଳଦିଆ କଲେଜରେ ଛାତ୍ର ଅଶାନ୍ତି; ଜିଲ୍ଲାପାଳଙ୍କୁ ଭେଟି ଫେରାଦ ହେଲେ ଛାତ୍ରଛାତ୍ରୀ
ଖୋର୍ଦ୍ଧା ଉପକଣ୍ଠ ହଳଦିଆ ମହାବିଦ୍ୟାଳୟ ଛାତ୍ର ଅଶାନ୍ତି ଦିନକୁ ଦିନ ବଢ଼ିବାରେ ଲାଗିଛି। ବିବାଦୀୟ ଅଧ୍ୟାପକ ବିଜୟ ଭଞ୍ଜଙ୍କ ମନମୁଖୀ କାର୍ଯ୍ୟ ଯୋଗୁ ଛାତ୍ରଛାତ୍ରୀଙ୍କ ପାଠ ପଢ଼ାରେ ସମସ୍ୟା ସୃଷ୍ଟି କରିଛି ।
ତେବେ ଶିକ୍ଷା ବିଭାଗ ସଚିବଙ୍କୁ ଅଧ୍ୟାପକ ବିଜୟ ଭଞ୍ଜଦେଓଙ୍କ ଅପରାଧିକ କାର୍ଯ୍ୟକଳାପ ସମ୍ପର୍କିତ ପତ୍ର ଥାନା ଶିଳ୍ପାଞ୍ଚଳ ଅଧିକାରୀଙ୍କ ଦ୍ୱାରା ପ୍ରେରଣ କରିବା ପରେ ମଧ୍ୟ କିପରି ବିବାଦୀୟ ଅଧ୍ୟାପକଙ୍କୁ ପୁନଃ ଦାୟିତ୍ୱ ଗ୍ରହଣ ପାଇଁ କିଏ ଦେଇଛି ଅନୁମତି, ତାହାକୁ ନେ଼ଇ କଲେଜ ଛାତ୍ର ଛାତ୍ରୀ ଉଠାଇଛନ୍ତି ପ୍ରଶ୍ନ । ତୁରନ୍ତ ବିବାଦୀୟ ଅଧ୍ୟାପକଙ୍କୁ କଲେଜ ରୁ ହଟାଇବା ସାଙ୍ଗକୁ ନୂତନ ଅଧ୍ୟକ୍ଷ ନିଯୁକ୍ତ କରିବାକୁ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଥିବା ବେଳେ ଯଦି ସମସ୍ୟାର ସମାଧାନ ନ ହେଲେ ଆଗକୁ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି କହିଛନ୍ତି ଛାତ୍ର ଛାତ୍ରୀ |