ୱାର୍ଡ ସଂଯଜୋକ ଚୟନର ଦୁଇ ବର୍ଷ ପରେ ମଧ୍ୟ ମିଳି ପାରିଲା ନାହିଁ ନିଯୁକ୍ତି ପତ୍ର
ଚୟନର ଦୁଇ ବର୍ଷ ପରେ ମଧ୍ୟ ମିଳିପାରିଲା ନାହିଁ ନିଯୁକ୍ତି ପତ୍ର I ବାରମ୍ବାର ଅଭିଯୋଗ କରି ନିରାଶ ହେବା ପରେ ଆଜି ନିମାପଡ଼ା ଏନ ଏ ଏସି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ୱାର୍ଡ ସଂଯୋଜକ । ସୂଚନା ଅନୁସାରେ ଗୃହ ନଗର ଉର୍ଣ୍ଣୟନ ବିଭାଗ ପକ୍ଷରୁ ମିଶନ ଶକ୍ତି ମାଧ୍ୟମରେ ବିଭିନ୍ନ ପୌରାଞ୍ଚଳରେ ଥିବା ୱାର୍ଡରେ ୱାର୍ଡ ଅଫିସ ଗଠନ ଓ ଏହାର ପରିଚାଳନା ପାଇଁ ୱାର୍ଡ ସଂଯଯୋକ ନିଯୁକ୍ତି ନିମନ୍ତେ 2022 ମହିସାରେ ରାଜ୍ୟ ସରକାର ଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା I ବିଜ୍ଞପ୍ତି ପ୍ରକାଶ ପାଇବା ପରେ ନିମାପଡ଼ା ଏନ ଏ ଏସି ର ୧୧ ଟି ୱାର୍ଡ ପାଇଁ ଏଗାର ଜଣଙ୍କୁ ୱାର୍ଡ ସଂଯୋଜକ ଚୟନ କରାଯାଇ ଥିଲା ଏବଂ ତାଲିମ ମଧ୍ୟ ଦିଆ
ଯାଇଥିଲା ।

ମାତ୍ର ଚୟନର ଦୁଇ ବର୍ଷ ବିତିଯାଇଥିଲେ ମଧ୍ୟ ଚୟନ ହୋଇ ଥିବା ସ୍ଵୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କୁ ନିଯୁକ୍ତି ପ୍ରମାଣ ପତ୍ର ନମିଳିବା ଏବଂ କାର୍ଯ୍ୟରେ ନିୟୋଜିତ ନହେବା ପ୍ରତିବାଦରେ ନିଖିଳ ଓଡିଶା ପୌର ୱାର୍ଡକୋଡିନେଟର ୟୁନିୟନ ର ନିମାପଡା ୱାର୍ଡ କୋଡିନେଟର ମହିଳା ମାନଙ୍କ ପକ୍ଷରୁ ଆଜି ନିମାପଡ଼ା ପୌରାଞ୍ଚଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥବା କରିବା ସହିତ କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି I ଯଦି ବିଭାଗ ପକ୍ଷରୁ ନିଯୁକ୍ତି ପତ୍ର ନମିଳେ ଆସନ୍ତା ୨୯ ତାରିଖରେ ବିଧାନ ସଭା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ପାଇଁ ଧମକ ଦେଇଛନ୍ତି ବିକ୍ଷୋଭ ପ୍ରଦର୍ଶନ କାରୀ ।