ରାଜ୍ୟ

ଗୋପ ବ୍ଲକ ଜନଶୁଣାଣୀ କାର୍ଯ୍ୟକ୍ରମ ରେ ଅଧିକାରୀଙ୍କ ଠାରୁ ଅଭିଯୋଗକାରୀଙ୍କ ସଂଖ୍ୟା କମ !

ଗୋପ :- 29/07/2024 ( ) ଗୋପ ବ୍ଲକ ପରିସର ରେ ଥିବା ସମ୍ମିଳନୀ କକ୍ଷରେ ସୋମବାର ଦିନ 10 ଟା 30 ମିନିଟି ରୁ ଅପରାହ୍ନ ଗୋଟେ ପର୍ଯ୍ୟନ୍ତ ଜନଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଗୋପ ବ୍ଲକ ରେ କ୍ରମଶଃ ଅଭିଯୋଗକାରୀଙ୍କ ସଂଖ୍ୟା ହ୍ରାସ ପାଉଥିବାର ମୁଖ୍ୟ କାରଣ ଟି ହେଉଛି ସଠିକ ଭାବେ ସାଧାରଣ ଜନତା ଙ୍କ ପାଖରେ ସୂଚନା ପହଞ୍ଚିପାରୁନି l ଯାହାଫଳରେ ଅଭିଯୋଗକାରୀଙ୍କ ସଂଖ୍ୟା କମିବାରେ ଲାଗୁଚି l ଏମିତି ବି ସ୍ଥାନୀୟ ଗଣମାଧ୍ୟମ ର ପ୍ରତିନିଧିମାନଙ୍କୁ ପୂର୍ବରୁ କୌଣସି କାର୍ଯ୍ୟକ୍ରମ ସମ୍ପର୍କ ରେ ସୂଚିତ କରାଯାଉନାହିଁ l ଯେଉଁଠି ସ୍ଥାନୀୟ ଗଣମାଧ୍ୟମ ର ପ୍ରତିନିଧି ଙ୍କୁ ସୂଚିତ କରାଯାଉନାହିଁ ସେଠାରେ ସାଧାରଣ ଜନତାଙ୍କ କଥା କିଏ ପଚାରେ l ଏ ସମ୍ପର୍କ ରେ ଆମ ପ୍ରତିନିଧି ଗୋପ ବ୍ଲକ ର ମଣ୍ଡଳ ଉର୍ନୟନ ଅଧିକାରୀଙ୍କୁ ପଚାରିଥିଲେ ଆଜ୍ଞା ଏଥର ଜନଶୁଣାଣୀ କାର୍ଯ୍ୟକ୍ରମ ରେ ଅଧିକାରୀଙ୍କ ଠାରୁ ଅଭିଯୋଗକାରୀଙ୍କ ସଂଖ୍ୟା କାହିଁକି କମ ହେଉଛି ? l ଉତ୍ତର ପ୍ରସଙ୍ଗରେ ଗୋପ ବ୍ଲକ ର ବିଡିଓ ଛବିରାଣୀ ସାହୁ କହିଥିଲେ ଆମେ ପୂର୍ବରୁ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ସୂଚିତ କରିଥିଲୁ l ଯଦି ଦୁଇଦିନ ପୂର୍ବରୁ ଗୋପ ପଞ୍ଚାୟତ ର ଆଖପାଖ ରେ ଥୁବା ପଞ୍ଚାୟତ ଗୁଡିକରେ ଡାକବାଜି ଯନ୍ତ୍ର ଦ୍ଵାରା ପ୍ରଚାର ଓ ପ୍ରସାର କରାଯାଇଥିଲେ ହୁଏତ ଆହୁରି ଅଧିକ ଅଭିଯୋଗକାରୀ ଉକ୍ତ କାର୍ଯ୍ୟକ୍ରମ ରେ ସାମିଲ ହୋଇପାରିନ୍ତେ l ତାହା କରାନଯିବା ଫଳରେ ଗ୍ରାମାଞ୍ଚଳ ରେ ବସବାସ କରୁଥିବା ସାଧାରଣ ଜନତା ଉକ୍ତ କାର୍ଯ୍ୟକ୍ରମ ରେ ସାମିଲ ହୋଇପାରିଲେ ନାହିଁ l ଏହି ଜନଶୁଣାଣୀ କାର୍ଯ୍ୟକ୍ରମ ଟି ଦିନ 10 ଟା 30 ରୁ ଆରମ୍ଭ ହୋଇଥିଲା l ଏଥିରେ ଉପ ଜିଲ୍ଲାପାଳ ଗୋପୀନାଥ କୁଆଁର, ଅତିରିକ୍ତ ଜିଲ୍ଲାପାଳ କୈଳାସ ଚନ୍ଦ୍ର ନାୟକ, ସହକାରୀ ଜିଲ୍ଲାପାଳ ପ୍ରାୟଦର୍ଶିନୀ ପଣ୍ଡା, ମୁଖ୍ୟ ପ୍ରକଳ୍ପ ଅଧିକାରୀ ଜିଲ୍ଲାପରିଷଦ, ଗୋପ ତହସିଲଦାର ରଞ୍ଜନ କୁମାର ପରିଡା, ଗୋପ ବ୍ଲକ ବିଡିଓ ଛବିରାଣୀ ସାହୁ, ଗୋପ ବ୍ଲକ ଅଧକ୍ଷା ଝୁନୁ ମଲ୍ଲିକ, ଉପାଧକ୍ଷ ବନରଞ୍ଜନ ପଟ୍ଟନାୟକ, ଙ୍କ ସମତେ ଜିଲ୍ଲାର ମୁଖ୍ୟ ସରକାରୀ କାର୍ଯ୍ୟାଳୟ ର ପ୍ରମୁଖ ଅଧିକାରୀ ଓ ଅଧିକାରିଣୀ ଏବଂ ବ୍ଲକ ଅଧିନସ୍ତ ସମସ୍ତ କାର୍ଯ୍ୟାଳୟ ର ମୁଖ୍ୟ ଅଧିକାରୀ ଅଧିକାରିଣୀ ମାନେ ଉପସ୍ଥିତ ଥିଲେ l ଉକ୍ତ କାର୍ଯ୍ୟକ୍ରମ ରେ ମୋଟ 47 ଜଣ ଅଭିଯୋଗକାରୀ ଦରଖାସ୍ତ ପ୍ରଦାନ କରିଥିଲେ | ସମସ୍ତ ଅଭିଯୋଗ କୁ ଗ୍ରହଣ କରାଯାଇଥିଲା ଓ ସିଧାସଳଖ ଭାବେ ଉପଜିଲ୍ଲାପାଳ ଓ ଅତିକ୍ତ ଜିଲ୍ଲାପାଳ ଙ୍କ ସମ୍ମୁଖରେ ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗକାରୀଙ୍କ ସମସ୍ୟାର ସମାଧାନ ପାଇଁ କହିଥିଲେ l ଗୋପ ଅଞ୍ଚଳ ଏମିତି ଅନେକ ସମସ୍ୟା ରହିଛି ଯାହାର କୀ ବର୍ଷ ବର୍ଷଧରି ସମାଧାନ ର ବାଟ ମିଳୁନାହିଁ l ଏଥର ନୂତନ ସରକାର କଣ ପଦକ୍ଷେପ ଗ୍ରହଣ କରୁଛନ୍ତି ? ଆଉ କେତେଦିନ ରେ ସମସ୍ୟା ଗୁଡିକର ସମାଧାନ ହେଉଛି ? ତାହା ସମୟ କହିବ l ଗୋପ ରେ କିଛି ବ୍ୟକ୍ତି ବିଶେଷ ସରକାରୀ ଜମି କୁ ଜବର ଦଖଲ ରେ ରଖିଥିବାରୁ କୌଣସି ଉର୍ନ୍ନତି ମୂଳକ କାର୍ଯ୍ୟ ହୋଇପାରୁନି l ଗୋପ ରେ ମୁଖ୍ୟତଃ ଉଠାଦୋକାନୀ ଙ୍କ ପାଇଁ ଦୈନିକ ଟ୍ରାଫିକ ସମସ୍ୟା ବୃଦ୍ଧି ପାଉଛି l ଉଠାଦୋକାନୀ ଙ୍କୁ ଯଥାଶୀଘ୍ର ଥଇଥାନ କରାଗଲେ ଟ୍ରାଫିକ ସମସ୍ୟା ଦୂର ହୋଇପାରିବ l ସେଥିପାଇଁ ଗୋପ ରେ ନିହାତି ଏକ ବଡ଼ ମାର୍କେଟ କମ୍ପ୍ଲେସ ନିର୍ମାଣ କରିବା ସହିତ ସରକାରୀ ଜମିରୁ ଜବର ଦେଖାକାରୀଙ୍କୁ ତୁରନ୍ତ ଉଛେଦ କରିବା ପାଇଁ ଗୋପ ସୁରକ୍ଷା ମଞ୍ଚ ର ସଭାପତି ସଚ୍ଚିଦାନନ୍ଦ ଗୋଛାୟତ ଏକ ଲିଖିତ ଅଭିଯୋଗ କରିଥିଲେ l ଦେଖାଯାଉ ସମସ୍ତ ସମସ୍ୟାର ସମାଧାନ କେବେ ହେଉଛି ? |

Leave a Reply

Your email address will not be published. Required fields are marked *