ଖେଳ

IND Vs SL: ଆଜି ଟିମ୍ ଇଣ୍ଡିଆର ମ୍ୟାଚ୍‌

ଟିମ୍ ଇଣ୍ଡିଆ ଏବେ ଶ୍ରୀଲଙ୍କା ଗସ୍ତରେ ରହିଛି । ଭାରତୀୟ ଦଳର ସଦସ୍ୟ ଶ୍ରୀଲଙ୍କାରେ ପହଞ୍ଚି ସାରିଛନ୍ତି । ସେଠାରେ ଗୋଟିଏ ଟି-୨୦ ଏବଂ ଗୋଟିଏ ଦିନିକିଆ ସିରିଜ ଖେଳିବ ଟିମ୍ ଇଣ୍ଡିଆ । ପ୍ରଥମ ଟ୍ବେଣ୍ଟି ଟ୍ବେଣ୍ଟି ମୁକାବିଲା ଜୁଲାଇ ୨୭ ତାରିଖରେ ଖେଳାଯିବ । ଭାରତୀୟ ସମୟ ସନ୍ଧ୍ୟା ୭ଟାରୁ ଆରମ୍ଭ ହେବ ମୁକାବିଲା । ଉଭୟ ଟିମ୍ ସିରିଜ୍‌ର ଆରମ୍ଭ ବିଜୟରୁ କରିବାକୁ ଚାହିଁବେ । ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ବରେ ପଡିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ | ତେବେ ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟି୨୦ ମୁକାବିଲାରେ କିଭଳି ରହିବ ଭାରତୀୟ ଦଳର ଚୂଡାନ୍ତ ଏକାଦଶ? କେଉଁମାନେ ବାହାରେ ବସିବେ? ନଜର ପକାନ୍ତୁ…

ଟି୨୦ରେ ପ୍ଲେଇଂ ଇଲେଭେନ ଚୟନ ଗୌତମ ଗମ୍ଭୀର ଓ ସୂର୍ଯ୍ୟକୁମାର ଯାଦବଙ୍କ ପାଇଁ ସହଜ ହେବ ନାହିଁ । ଦଳରେ ସନ୍ତୁଳନ ବଜାୟ ରଖିବା ପାଇଁ ଏକ ମଜବୁତ ୧୧ ଜଣିଆ ଦଳ ପଡିଆକୁ ଓହ୍ଲାଇବେ । ଶୁବମନ ଗିଲ୍‌ ଓ ଯଶସ୍ବୀ ଜୟସ୍ବାଲ ଓପନିଂ କରିବା ଏକ ପ୍ରକାର ନିଶ୍ଚିତ । ଉଭୟ ଏବେ ଦମଦାର ଫର୍ମରେ ଅଛନ୍ତି । ସେହିଭଳି ୩ ନଂ ରେ ବ୍ୟାଟିଂ କରିବେ ଋଷଭ ପନ୍ତ । ତାଙ୍କର ଯୋଗଦାନ ଦଳ ପାଇଁ ବେଶ୍ ଗୁରୁତ୍ବ ବହନ କରୁଛି । ଅଧିନାୟକ ସୂର୍ଯ୍ୟକୁମାର ଯାଦବ ୪ର୍ଥରେ ବ୍ୟାଟିଂ କରିବେ ।ଫିନିସର ଭାବେ ହାର୍ଦ୍ଦିକ ପାଣ୍ଡ୍ୟା ଓ ରିଙ୍କୁ ସିଂହଙ୍କୁ ଦେଖିବାକୁ ମିଳିପାରେ । ବିଶ୍ବକପ୍‌ରେ କମାଲ କରିଥିବା ଅକ୍ଷର ପଟେଲ ମଧ୍ୟ ଅଲରାଉଣ୍ଡର ଭୂମିକାରେ ନଜର ଆସିବେ । ଶିବମ ଦୁବେ ମଧ୍ୟ ଅନ୍ୟତମ ଫିନିସର ଭାବେ ନଜର ଆସିପାରନ୍ତି ।ସେହିଭଳି ବୋଲିଂ ବିଭାଗ କଥା କହିଲେ, ରବି ବିଷ୍ଣୋଇ ମୁଖ୍ୟ ସ୍ପିନର ଭୂମିକାରେ ରହିପାରନ୍ତି । ପେସ୍‌ ବାହିନୀ ନେତୃତ୍ବ ନେବେ ଅର୍ଶଦୀପ ସିଂହ ଓ ମହମ୍ମଦ ସିରାଜ |

ଭାରତର ସମ୍ଭାବ୍ୟ ପ୍ଲେଇଂ ୧୧: ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ଶୁବମନ ଗିଲ (ଉପଅଧିନାୟକ), ଯଶସ୍ୱୀ ଜୟସ୍ବାଲ, ରିଙ୍କୁ ସିଂ, ଋଷଭ ପନ୍ତ (ଓ୍ବିକେଟ୍‌ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ୍ ଦୁବେ, ଅକ୍ଷର ପଟେଲ, ରବି ବିଷ୍ଣୋଇ, ଅର୍ଶଦୀପ ସିଂ ଓ ମହମ୍ମଦ ସିରାଜ

Leave a Reply

Your email address will not be published. Required fields are marked *